ଆସିକା: ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଫିସ୍ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ୍ ସଭାପତି ପ୍ରଦୀପ ପତ୍ରୀ ଓ ତାଙ୍କର କିଛି କର୍ମୀ ଯୋଗଦେଇ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ।
ଏହି ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ପ୍ରଦୀପ। କିନ୍ତୁ ବିଜେଡି କର୍ମୀଙ୍କୁ ଏହା ହଜମ ହୋଇନଥିଲା। ପରେ ତାଙ୍କୁ ସେମାନେ ଏ ବିଷୟରେ ପଚାରିବାରୁ ସେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ବିଜେଡି କର୍ମୀଙ୍କ ସହ ବଚସା ହେବାରୁ ତାଙ୍କୁ କିଛି କର୍ମୀ ଠେଲାପେଲା କରିବା ସହ ତାଙ୍କ ସାର୍ଟ ଅଭିଯୋଗ ହୋଇଛି। ତେବେ ଏନେଇ ଉଭୟ ଦଳର କର୍ମୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।